ଘରୁ ଯାଇ ଆଉ ଫେରିଲେନି ଯୁବକ, ସକାଳୁ ବାଇକ୍‌ ନିକଟରେ ପଡ଼ିଥିଲା ମୃତଦେହ

ବାଲେଶ୍ୱର ଅଫିସ,୨୭।୧୨: ବାଲେଶ୍ବର ଜିଲା କମର୍ଦ୍ଦା ଥାନା ହଳଦୀ ମାଳ ଗ୍ରାମରେ ଥିବା ରାସ୍ତା କଡ଼ରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ସେ ହେଲେ ଉକ୍ତ ଗ୍ରାମର ଗୋପାଳ ଜେନା। ରବିବାର ସେ ଘରୁ ଯାଇ ଆଉ ଫେରି ନ ଥିଲେ। ସୋମବାର ସକାଳେ ସ୍ଥାନୀୟ ଲୋକେ ଯୁବକଙ୍କ ମୃତଦେହ ଦେଖି କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।