ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ ଆଧାରରେ ସିକନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି।

ଉକ୍ତ ଯୁବକ ଘରେ କେହି ନ ଥିବାର ସୁଯୋଗ ନେଇ ଦୂଆର ବନ୍ଧ ଭାଙ୍ଗି ପଶି ଉକ୍ତ ବିଧବା ମହିଳାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଦୈତାରୀ ଥାନାରେ ମହିଳାଜଣଙ୍କ ଅଭିଯୋଗ କରିବା ପରେ ଦୈତାରୀ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମେଡିକାଲ ଯାଞ୍ଚ କରାଯାଇ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।

Share