ଘରେ ଏସି ଲଗାଉଥିଲେ…

ଖରାଦିନେ ଗରମରୁ ମୁକ୍ତି ପାଇଁ ଅଧିକାଂଶ ଏସି ବ୍ୟବହାର କରନ୍ତି। କିନ୍ତୁ ଅଧିକ ବିଜୁଳି ଖର୍ଚ୍ଚ ହେଉଥିବାରୁ ବିଲ୍‌ ପାଇଁ ସମସ୍ତଙ୍କର ଚିନ୍ତା ରହିଥାଏ। ତେଣୁ କିପରି ବ୍ୟବହାର କଲେ ଶକ୍ତି ସଂରକ୍ଷଣ କରିହେବ ଜାଣିରଖନ୍ତୁ…
ଆଜିକାଲି ପ୍ରାୟ ସବୁ ପ୍ରକାର ଏସିରେ ବିଭିନ୍ନ ମୋଡ୍‌ ରହିଛି। ତେଣୁ ଖରାଦିନେ ଏସି କୁଲିଂ ମୋଡ୍‌ରେ ଅଛି କି ନାହିଁ ନିଶ୍ଚିତ କରନ୍ତୁ। କୁଲିଂ ମୋଡ୍‌ରେ ରହିଲେ ହିଁ ଥଣ୍ଡା ପବନ ରହିବ।
ବାରମ୍ବାର ଏସିର ତାପମାତ୍ରାକୁ କମ୍‌ କିମ୍ବା ବେଶି କରନ୍ତୁ ନାହିଁ। ବରଂ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ସେଟ୍‌ କରି ଦିଅନ୍ତୁ। ଏପରି କରିବା ଫଳରେ ଘର ଭିତର ଥଣ୍ଡା ରହିବ ଓ ଇଲେକ୍ଟ୍ରି ବିଲ୍‌ ମଧ୍ୟ କମ୍‌ ରହିବ।
ଏସି ଚଲାଇବା ପୂର୍ବରୁ ପ୍ରଥମେ ଘରର ଝରକା ଓ କବାଟ ସବୁ ଭଲଭାବେ ବନ୍ଦ କରନ୍ତୁ। ନଚେତ୍‌ ଘର ଭିତରର ଥଣ୍ଡା ପବନ ବାହାରକୁ ବାହାରିଯିବ ଓ ଘରର ତାପମାତ୍ରା ଥଣ୍ଡା ହେବ ନାହିଁ। ଏହାଫଳରେ ଏସିର ଲୋଡ୍‌ ବଢ଼ିଯିବ ଏବଂ ଅଧିକ ବିଜୁଳି ଖର୍ଚ୍ଚ ହେବ।
ଏସିକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସଫାକରନ୍ତୁ। କାରଣ ଲଗାତର ଏସି ବ୍ୟବହାର ଫଳରେ ପବନରେ ଥିବା ଧୂଳିକଣା ସବୁ ଏସି ଭିତରେ ଜମାହୋଇ ରହିଯାଏ। ଏହା ଫଳରେ ଏସିରୁ ଠିକ୍‌ ଭାବେ ଥଣ୍ଡା ପବନ ବାହାରି ନ ଥାଏ। ଏହା ବ୍ୟତୀତ ଏସିର ଫିଲ୍‌ଟରକୁ ମଧ୍ୟ ଠିକ୍‌ ସମୟରେ ବଦଳାଇବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri