Categories: ଫୁରସତ

ଘରେ କାହିଁକି ରଖାଯାଏ ଲାଫିଂ ବୁଦ୍ଧ, କ’ଣ ରହିଛି ଏହାର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ ନକାରାତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ବହୁ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଚାଇନିଜ୍‌ ବାସ୍ତୁଶାସ୍ତ୍ର ଫେଙ୍ଗସୁଇ ଅନୁସାରେ ଲାଫିଂ ବୁଦ୍ଧର ବହୁ ମହତ୍ତ୍ୱ ରହିଛି। ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ ପ୍ରକାରର ହୋଇଥିବା ବେଳେ ଅଲଗା ଅଲଗା ମନୋସ୍କାମନା ପାଇଁ ସବୁ ମୂର୍ତ୍ତିର ନିଜସ୍ବ ମହତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ଲାଫିଂ ବୁଦ୍ଧ ରଖିଲେ କିପ୍ରକାରର ଲାଭ ହୋଇଥାଏ।
* ଦୁଇ ହାତ ଉପରକୁ ଉଠିଥିବା ଲାଫିଂ ବୁଦ୍ଧ: ନିଜର ଦୁଇ ହାତ ଉଠାଇଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମାକୁ ଘରେ ବା ଦୋକନରେ ରଖିଲେ ସଫଳତା ମିଳିଥାଏ। ଏହିଭଳି ଆକାରର ମୂର୍ତ୍ତିକୁ ରଖିଲେ ଟଙ୍କାର କେବେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି।
*ଶୋଇଥିବା ଲାଫିଂ ବୁଦ୍ଧ: ନିଜ ଜୀବନରୁ ଦୁଭାର୍ଗ୍ୟକୁ ଦୂରେଇବା ପାଇଁ ଘରେ ଓ ଦୋକାନରେ ଶୋଇଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତୀକୁ ରଖନ୍ତୁ।
* ଟଙ୍କା ମୁଣିକୁ ଧରିଥିବା ଲାଫିଂ ବୁଦ୍ଧ: ଆର୍ଥିକ ସଙ୍ଗଟରେ ଗତି କରୁଥିଲେ ଟଙ୍କା ମୁଣି ହାତରେ ଧରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଅତି ଶୁଭ ହୋଇଥାଏ।
*ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧ: ସେହିପରି ଚାଇନିଜ୍‌ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଅନୁସାରେ ପରିବାରରେ ସୁଖ ସମୃଦ୍ଧି ଓ ସଫଳତା ପାଇଁ ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ଘରେ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହିଭଳି ମୂର୍ତ୍ତିକୁ ଘରେ ରଖାଯାଏ।
* ଥଳୀ ଧରିଥିବା ଲାଫିଂ ବୁଦ୍ଧ: ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ଦୋକାନ ଓ ଅଫିସରେ ଥଳୀ ଧରିଥିବା ଲାଫିଂ ବୁଦ୍ଧଙ୍କୁ ରଖନ୍ତୁ । ଏହାକୁ ରଖିଲେ ନଜର ଲାଗେ ନାହିଁ ବୋଲି ମାନ୍ୟତା ରହିଛି।
* ହସୁଥିବା ଲାଫିଂ ବୁଦ୍ଧ: ହସୁଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତିକୁ ସବୁଠାରୁ ଶୁଭ ମାନାଯାଏ। ଏହାକୁ ଘରର ମୁଖ୍ୟ ରୁମ୍‌ରେ ରଖିବା ଉଚିତ୍‌।
*ଧାତୁରେ ତିଆରି ହୋଇଥିବା ଲାଫିଂ ବୁଦ୍ଧ: କାର୍ଯ୍ୟଦକ୍ଷତା ଓ କୌଶଳକୁ ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଭଲ।
* ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଂ ବୁଦ୍ଧ: ମନର ଶାନ୍ତି ପାଇଁ ଘରେ ଓ ଦୋକାନରେ ଧ୍ୟାନରେ ଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ଭଲ। ଏଥିରୁ ଚିନ୍ତାଗ୍ରସ୍ତ ଦୂର ହୋଇଥାଏ।
* ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧ: ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ବ୍ୟକ୍ତିଙ୍କ ସମ୍ମାନ ବଢ଼ିଥାଏ। ଏହାକୁ ଘରର ମୁଖ୍ୟ ରୁମ୍‌ରେ ରଖିଲେ ଭଲ।
* ମୁଦ୍ରା ଓ ପଙ୍ଖା ସହ ଥିବା ଲାଫିଂ ବୁଦ୍ଧ: ଘରେ, ଦୋକାନ ଓ ଅଫିସରେ ଖୁସି, ଶାନ୍ତି ଓ ସମ୍ପୁର୍ଣ୍ଣତା ପାଇଁ ଗୋଟିଏ ହାତରେ ମୁଦ୍ରା ଓ ଅନ୍ୟଟିରେ ପଙ୍ଖା ଧରିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିବା ଉଚିତ୍‌।

Share