ଘରେ ଘରେ ଔଷଧ ପହଞ୍ଚାଉଛି ପୋଲିସ

ଆରଡି, ୧୧ା୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଭଦ୍ରକ ଜିଲା ଆରଡି ଫାଣ୍ଡିର କର୍ମଚାରୀମାନେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ୨୩ଖଣ୍ଡ ଗାଁରେ ଔଷଧ ପହଞ୍ଚାଉଛନ୍ତି। ସୂଚନା ଅନୁସାରେ ଯେଉଁ ପରିବାରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଥିବେ, ସେମାନଙ୍କ ମେଡିସିନ ଆଣିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବ, ସେମାନେ ନିଜର ପ୍ରେସକ୍ରିପଶନ ଓ ଆବଶ୍ୟକ ଅର୍ଥରାଶି ସକାଳେ ଆଣି ଫାଣ୍ଡିରେ ଦେଉଛନ୍ତି। ଫାଣ୍ଡି ପୋଲିସ ଭଦ୍ରକରୁ ଔଷଧ ମଗାଇ ଅପରାହ୍ନରେ ସେମାନଙ୍କ ଘରେ ଔଷଧ ପହଞ୍ଚାଇ ଦେଉଛନ୍ତି। ବୁଧବାରଠାରୁ ଏହି କାର୍ଯ୍ୟ ଚାଲୁ ରହିଛି ା ଶୁକ୍ରବାର ପ୍ରାୟ ୧୫ଟି ପରିବାର ପାଇଁ ଔଷଧ ମଗାଯାଇଥିଲା ଓ ସମସ୍ତଙ୍କୁ ଔଷଧ ପ୍ରଦାନ କରିଥିବା ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଫାଣ୍ଡି ପୋଲିସ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ବାଗତ କରାଯାଇଛି ା

Share