Categories: ଜାତୀୟ

ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା ଏହି ମହିଳା ଲଢିବେ ନିର୍ବାଚନ

ମାଙ୍ଗାଲୋର,୧୧।୧୧: କର୍ନାଟକର ଏକ ଖାଦ୍ୟ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଜଣେ ମହିଳା ଏବେ ଲଢିବେ ନିର୍ବାଚନ। ମେଘନା ଦାସ ନାମକ ଏହି ମହିଳା ଜଣଙ୍କ କଂଗ୍ରେସ ଟିକେଟରେ ମାଙ୍ଗାଲୋର ସିଟି କର୍ପୋରେଶନ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ଘରେ ଘରେ ଲୋକଙ୍କ ଖାଦ୍ୟ ପହଞ୍ଚାଉଥିବାବେଳେ ଲୋକଙ୍କ ସହ ଭଲ ସମ୍ପର୍କ ରହିଛି। ଓ୍ବାର୍ଡ ନଂ ୨୮ରେ ଲୋକଙ୍କ ସମସ୍ୟା କଣ ତାକୁ ମୁଁ ବୁଝିଛି। ତେଣୁ ନିର୍ବାଚନ ଜିତିଲେ ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ମେଘନା ନିଜ ପ୍ରତିକ୍ରିୟାରେ କହିଛନ୍ତି। ନିର୍ବାଚନ ପାଇଁ ସେ ପୂରା ପ୍ରସ୍ତୁତ ଅଛନ୍ତି। ଘର ଘର ବୁଲି ପ୍ରଚାର କରୁଛନ୍ତି। ଲୋକଙ୍କ ଭରସାରେ ନିର୍ବାଚନ ନିଶ୍ଚୟ ଜିତିବି ବୋଲି ସେ ଆଶାପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମେଘନା ମାନ୍ନାଗୁଡା ଓ୍ବାର୍ଡରୁ ନିର୍ବାଚନ ଲଢୁଛନ୍ତି।

Share