ଘରେ ଘରେ ମାସ୍କ ବଣ୍ଟନ

ବନ୍ତ,୩୦।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଯେନାସାହିରେ ସ୍ବେଚ୍ଛାସେବୀ ସଂସ୍ଥା ସିଏଫଡବ୍ଲ୍ୟୁଏସ୍‌ଡି ପକ୍ଷରୁ ଘରେ ଘରେ ମାସ୍କ ବଣ୍ଟନ କରାଯାଇଛି। ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ ସଂସ୍ଥାର ସମ୍ପାଦକ ଗୋପିନାଥ ଦାଶ ଘର ଘର ବୁଲି ଲୋକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସମ୍ପର୍କରେ ସଚେତନ କରାଇଥିଲେ। ସେଠାରେ ସର୍ଭେ କାର୍ଯ୍ୟରେ ନିୟୋଜିତ ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ମଧ୍ୟ ମାସ୍କ ବଣ୍ଟନ କରାଯାଇଥିଲା। ସେହି ସବ୍‌ଜୋନ୍‌ ଦାୟିତ୍ୱରେ ଥିବା ସୁପରଭାଇଜର ସଙ୍ଗୀତାରାଣୀ ପାଣିଗ୍ରାହୀ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟରେ ସାମିଲ ଥିଲେ। ଉଲ୍ଲେଖ ଯେ, ଚାରିଗାଁ ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି।