Categories: ଜାତୀୟ

ଘରେ ଚୋରି କରିବା ଜିନିଷ କିଛି ନ ମିଳିବାରୁ, ଚୋର କାନ୍ଥରେ ଲେଖିଲେ ଏମିତି

ଭୋପାଳ,୬।୧୨: ମଧ୍ୟପ୍ରଦେଶର ଶାଜାପୁରରେ ଏକ ସରକାରୀ ଇଞ୍ଜିନିୟଙ୍କ ଘରୁ ଚୋରି ଉଦ୍ୟମ ହୋଇଛି। କିନ୍ତୁ ଚୋରି କରିବା ଜିନିଷ ନ ମିଳିବାରୁ ଚୋରକୁ ଖାଲି ହାତରେ ଫେରିବାକୁ ପଡିଛି। ଏଥିରେ ରାଗିଯାଇ ଚୋର ଘରେ ଏକ ଚିଠି ଲେଖି ଛାଡିଯାଇଛନ୍ତି। ଯେଉଁଥିରେ ଲେଖାଅଛି, ତୁମେମାନେ କୃପଣ ଗୁଡାକ ରେ…। ସୂଚନାଯୋଗ୍ୟ, ଇଞ୍ଜିନିୟର ପ୍ରବୀଣ ସୋନି କୌଣସି କାମ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କ ଘରେ ଚୋର ପଶିଥିଲେ। ସକାଳୁ ଘରର ଚାକରର ଉଠି ଦେଖିଲା ବେଳକୁ କାନ୍ଥରେ ଏକ କାଗଜ ଲଗାଯାଇଥିଲା। ଯେଉଁଥିରେ, ଲେଖାଥିଲା ତୁମେମାନେ କୃପଣ ଗୁଡାକ। କେତେ କଷ୍ଟରେ କବାଟ ଭାଙ୍ଗିବା କାର୍ଯ୍ୟ କରି ଘରେ ପଶିଥିଲୁ, ରାତିଟା ପୂରା ବେକାର ହୋଇଗଲା ବୋଲି ଉକ୍ତ କାଗରେ ଲେଖାଯାଇଛି।

Share