ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଟଙ୍କା, ସୁନା ନେଇଗଲେ ଦୁର୍ବୃତ୍ତ

ଭବାନୀପାଟଣା,୧୩।୧୨(ଡି.ଏନ୍‌ଏ.): କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଫଟକିମହୁଲ ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଟଙ୍କା, ସୁନା ଓ ଟିଭି ନେଇ ଯାଇଛନ୍ତି। ସେମାନଙ୍କ ଆକ୍ରମଣରେ ମହିଳାଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ବିଳମ୍ବିତ ରାତିରେ ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରର ପଞ୍ଚାୟତ ଅନ୍ତର୍ଗତ ଫଟକିମହୁଲର ବିଶ୍ୱନାଥ ମାଝିଙ୍କ ଘରର କବାଟ ଭାଙ୍ଗି ଦୁର୍ବୃତ୍ତ ଘରେ ପଶିଥିଲେ। ସେମାନେ ବିଶ୍ୱନାଥଙ୍କୁ ପ୍ରଥମେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଥିଲେ। ପରେ ତାଙ୍କ ସ୍ତ୍ରୀ ମଣୀ (୩୫)ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ୨୦ ହଜାର ଟଙ୍କା, ଦୁଇ ଭରି ସୁନା ଓ ଏକ ଏଲ୍‌ଇଡି ଟିଭି ନେଇ ଯାଇଥିଲେ। ଗୁରୁତର ଅବସ୍ଥାରେ ମଣିଙ୍କଙ୍କୁ ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବିଶ୍ୱନାଥ ଥୁ.ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛିି। ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।