ଘରେ ପଶି ଭୁଜାଲିରେ ଆକ୍ରମଣ କଲେ ଦୁବୃର୍ତ୍ତ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଆରଡ଼ି,୯।୬ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ନିକଟସ୍ଥ ଆଖଣ୍ଡଳମଣି ଭଦ୍ରକ ରାସ୍ତା ପାର୍ଶ୍ୱରେ ଥିବା ଏକ ଘରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଖଟୁଆପାଟଣା ଗ୍ରାମର ଚିତ୍ତରଞ୍ଜନ ଖଟୁଆଙ୍କ ଘରେ ୪ ଜଣ ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ଧସେଇ ପଶିଥିଲେ। ପ୍ରତିବାଦ କରିବାରୁ ସେମାନେ ଏକ ଭୁଜାଲିରେ ଚିତ୍ତରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ତେବେ ବାପାଙ୍କ ଚିତ୍କାର ଶୁଣି ପୁଅ ଚିନ୍ମୟ କବାଟ ଖୋଲିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ ା ପରେ ପରିବାର ଲୋକଙ୍କୁ କାବୁକରି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଯାଇଥିଲେ। ରବିବାର ଭୋରୁ ଗ୍ରାମବାସୀ କୌଣସି ସୂତ୍ରରୁ ଖବରପାଇ ଚିତ୍ତରଞ୍ଜନଙ୍କ ଘରେ ପହଞ୍ଚି ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ, ଏଏସ୍‌ଆଇ ପ୍ରଦୀପ ନାୟକ ଓ ପ୍ରଦୀପ ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।