Posted inଭଦ୍ରକ

ଘରେ ପୂରାଇଲେନି ପୁଅ, ମା’ବାରଦୁଆର

ଧାମନଗର,୧୧।୮(ଡି.ଏନ.ଏ.)-ପୁଅଟିଏ ଜନ୍ମ ହେଲେ ସବୁଠୁ ବେଶୀ ଖୁସି ହୋଇଥାନ୍ତିି ମା’ବାପା। ବୃଦ୍ଧକାଳେ ସାହାରା ହେବା ଆଶାରେ ସେମାନେ ଦୁନିଆର ସବୁ ଖୁସି ପୁଅ ପାଇଁ ଅଜାଡି ଦେଇଥାନ୍ତି। ହେଲେ କେତେକ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବୃଦ୍ଧ ମା’ ବାପାଙ୍କୁ ଅସହାୟ ସମୟରେ ସାହାରା ହେବା ବଦଳରେ ଘରୁ ତଡି ଦେଉଥିବା ଭଳି ଘଟଣା ନଜରକୁ ଆସୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳରେ। ବଉଳ ସାହୁ ନାମ୍ନୀ ୭୦ ବର୍ଷୀୟା ବିଧବାଙ୍କୁ ତାଙ୍କ ପୁଅ ଘରୁ ବାହାର କରିଦେବା ପରେ ସେ ଆଶ୍ରୟ ପାଇଁ ବାର ଦୁଆର ହେଉଛନ୍ତି। ବୃଦ୍ଧାଜଣକ ଗତ ୧୬ତାରିଖରେ ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ଘରେ ରଖିବାକୁ ପୁଅଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ସେ ତାହାକୁ ମାନି ନ ଥିଲେ। ବଉଳ ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ବି ଫଳ ଶୂନ। ବାରମ୍ବାର ସେ ଥାନାକୁ ଦୌଡି ନୟାନ୍ତ ହୋଇପଡିଲେଣି। ସେ ଜଣେ ଶ୍ୱାସରୋଗୀ। ବାହାରେ ବୁଲି ବୁଲି ତାଙ୍କର ଶ୍ୱାସ ରୋଗ ବଢିଯାଇଛି। ସ୍ଥାନୀୟ ଲୋକେ ପୁଅକୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଏହାପରେ ସେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଛରୁ ପିଟିଲା ତେଲ ଟ୍ୟାଙ୍କର, ବ୍ୟବସାୟୀ ମୃତ

ବନ୍ତ,୧୯।୩(ହରି ନାରାୟଣ ମହାନ୍ତି) : ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର 53ନଂ.ରାଜ୍ୟ ରାଜପଥର ଶ୍ରୀବନ୍ତପୁର...

ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର...

ଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣ

ଭଦ୍ରକ,୧୫।୩(ସନାତନ ରାଉତ ): ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି...

ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଦ୍ରକ, ୧୫।୩(ସନାତନ ରାଉତ): ଭଦ୍ରକ ଜିଲାର ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳି ଯାଇଛି l ରାତି...

ହୋଲି ପାଇଁ ନିର୍ଦ୍ଦେଶନାମା ଜାରି: ହେଡ୍‌କ୍ୱାଟର ଛାଡି ପାରିବେ ନାହିଁ ଅଫିସର

ଭଦ୍ରକ,୧୩।୩(ସନାତନ ରାଉତ ): ଭଦ୍ରକ ଜିଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଏହି ନିର୍ଦ୍ଦେଶ...

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା।...

ନିଆଁ ଲାଗି ଜଳିଗଲା ଦୋକାନ, ୧୦ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ସାବରଙ୍ଗ,୧୦ା୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘର ପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ଅଶୋକ ନାୟକଙ୍କ ଦୋକାନରେ ରବିବାର ରାତିରେ ନିଆଁ ଲାଗି...

ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ

ତିହିଡ଼ି,୧୦ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବାଡ଼କ ପଞ୍ଚାୟତ ଅଧୀନ ଅଣ୍ଡରାଇ ଗ୍ରାମର ଏକ ପୋଖରୀରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image