ଘରେ ପ୍ରତିଦିନ କରୋନା ଦେବୀଙ୍କ ପୂଜା କରୁଛନ୍ତି ଏହି ବ୍ୟକ୍ତି

କୋଲ୍ଲମ,୧୪।୬: ବିଶ୍ୱରେ କରୋନା ଭାଇରସ ବେଳକୁ ବେଳ ବଢି ଚାଲିଥିବା ବେଳେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି। ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଯେଉଁ ଭାଇରସ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ତା’ର ଏକ ଫଟୋ ଥର୍ମୋକୁଲ ସିଟ୍‌ରେ ପ୍ରସ୍ତୁତ କରି ବ୍ୟକ୍ତି ଜଣକ ନିଜ ପୂଜାଘରେ ଏହାକୁ ରଖି ପ୍ରତିଦିନ ପୂଜା କରୁଥିବା ଜଣାପଡିଛି। ସେ କହିଛନ୍ତି ଏବେ କରୋନା ମହାମାରୀ ପାଇଁ ମନ୍ଦିର ଯିବାକୁ ବାରଣ କରାଯାଇଛି। ହେଲେ ଏହି କରୋନା ଯୁଦ୍ଧରେ ଲଢୁଥିବା ଯୋଦ୍ଧା ଯେମିତିକି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ମିଡିଆ କର୍ମଚାରୀ, ସଫେଇ କର୍ମଚାରୀଙ୍କ ପାଇଁ ସେ ଘରେ ବସି ପୂଜା କରୁଛନ୍ତି।

Share