ଘରେ ବସି ମିଳିବ ଜରୁରୀ ସାମଗ୍ରୀ: ପ୍ରଶାସନ ଜାରି କଲା ହେଲ୍ପଲାଇନ୍‌ ନମ୍ବର

ନଏଡା,୩୧।୩: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ କରୋନା ସଙ୍କଟକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଉତ୍ତରପ୍ରଦେଶ ନଏଡାର ପ୍ରଶାସନ ଲୋକଙ୍କ ପାଇଁ ଏକ ବ୍ୟବସ୍ଥା ଆଣିଛି। ଯେଉଁଥିରେ ଜରୁରୀ ସାମଗ୍ରୀ ପାଇଁ ଲୋକମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନାହିଁ ଏବଂ ଘରେ ବସି ଉପଲବ୍ଧ ହୋଇପାରିବ। ଏଥିପାଇଁ ନଏଡା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ହେଲ୍ପଲାଇନ୍‌ ଜାରି କରାଯାଇଛି। ଏହି ନମ୍ବରରେ ଲୋକମାନେ ଫୋନ କରି ଅତ୍ୟାବଶ୍ୟକ ସାମଗ୍ରୀ ମଗାଇପାରିବେ। ଏହି ଅତ୍ୟାବଶ୍ୟକ ସାମଗ୍ରୀରେ ପ୍ରତିଦିନ ବ୍ୟବହୃତ ସାମଗ୍ରୀ, ଔଷଧ, ଫଳ ଓ ପନିପରିବା ସାମିଲ ରହିଥିବା ଜଣାପଡ଼ିଛି। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା କମ୍‌ ରହିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।

Share