ଘରେ ବୁଢିଆଣୀ ଜାଲ ରହିଥିଲେ ଆପଣାନ୍ତୁ ଘରୋଇ ଉପାୟ

ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଚିନ୍ତାରେ ପଡ଼ିଥାଉ, କିପରି ସଫା କରିବ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍‌ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
* ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର ଜାଲ ତିଆରି କରିଥାନ୍ତି। ସେଥିପାଇଁ ଘରେ ଥିବା କୋଣଗୁଡିକରୁ ଅଳନ୍ଧୁ ସଫା କରିଦିଅନ୍ତୁ।
* ସିର୍‌କା ଏପରି ଏକ ଜିନିଷ, ଯାହା ପୋକଙ୍କୁ ମାରିବାର କାର୍ଯ୍ୟ କରିଥାଏ। ଘରର ଯେଉଁ ସ୍ଥାନରେ ବୁଢ଼ିଆଣୀ ଅଧିକ ଜାଲ କରୁଛନ୍ତି, ସେହି ସ୍ଥାନରେ ଗୋଟିଏ କପଡ଼ା ସିର୍‌କାରେ ବୁଡାଇ ରଖି ଦିଅନ୍ତୁ।
*ଘରର କାନ୍ଥ ଯଦି କେଉଁଠି ଭାଙ୍ଗିଛି କିମ୍ବା କୌଣସି ସ୍ଥାନରେ ଫାଙ୍କା ସ୍ଥାନ ଅଛି, ସେହି ସ୍ଥାନରେ ବୁଢ଼ିଆଣୀ ଘର କରିଥା’ନ୍ତି। ତେଣୁ ସେହି ସବୁ ସ୍ଥାନକୁ ପ୍ରଥମେ ବନ୍ଦ କରନ୍ତୁ।
*ବୁଢ଼ିଆଣୀ ନ ହେବା ପାଇଁ ବେକିଂ ସୋଡାର ବ୍ୟବହାର ମଧ୍ୟ କରିପାରିବେ। ବୁଢ଼ିଆଣୀଙ୍କୁ ସୋଡାର ଗନ୍ଧ ଭଲ ଲାଗି ନ ଥାଏ। ଏଥିପାଇଁ ବେକିଂ ସୋଡା ରଖିଥିବା ସ୍ଥାନକୁ ବୁଢ଼ିଆଣୀ ଆସି ନ ଥାନ୍ତି।
*ସାଇଟ୍ରସ ଅଏଲ୍‌ରେ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଗୋଟିଏ କପଡ଼ାରେ କିଛି ବୁନ୍ଦା ସାଇଟ୍ରସ ଅଏଲ୍‌ ପକାଇ ବୁଢ଼ିଆଣୀ ହେଉଥିବା ସ୍ଥାନକୁ ପୋଛନ୍ତୁ କିମ୍ବା ସେହି ସ୍ଥାନରେ କପଡ଼ାକୁ ରଖିଦିଅନ୍ତୁ। ଦେଖିବେ ଘରେ ବୁଢ଼ିଆଣୀ ଜାଲ ହେବ ନାହିଁ।