ଘରେ ମଶା ହେଉଛି କି: ଆପଣାନ୍ତୁ କିଛି ଘରୋଇ ଟିପ୍ସ

ମଶାଙ୍କୁ ତଡ଼ିବା ପାଇଁ ଘରେ ମହଙ୍ଗା ସ୍ପ୍ରେର ବ୍ୟବହାର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦ୍ଦ୍ବାରା ମଶା ତଡ଼ିବା ବଦଳରେ ମଣିଷ ରୋଗାକ୍ରାନ୍ତ ହୋଇପଡ଼େ। ଏ ସମସ୍ୟାରୁ ରକ୍ଷା ପାଇଁ କିଛି ଘରୋଇ ଟିପ୍ସ ଆପଣାଇପାରିବେ।

କୋଇଲା ଏବଂ କମଳା ଚୋପା: ମଶାଙ୍କ ଉପଦ୍ରବରୁ ରକ୍ଷା ପାଇବାକୁ କୋଇଲାରେ କମଳା ଚୋପାର ବ୍ୟବହାର କରିପାରିବେ। ଏହି ଧୂଆଁକୁ ଘରର ବିଭିନ୍ନ ସ୍ଥାନରେ ବୁଲାଇବା ଦ୍ୱାରା ମଶା ଚାଲିଯାନ୍ତି।
କର୍ପୂର: କର୍ପୂର ମଶାଙ୍କୁ ଘରୁ ତଡ଼ିବାର ସବୁଠୁ ସହଜ ଏବଂ ଶସ୍ତା ଉପାୟ। ୪/୫ଟି କର୍ପୁରକୁ ଏକାଠି ଜଳାଇଲେ ୧୫ ରୁ ୨୦ ମିନିଟ୍‌ ମଧ୍ୟରେ ଘରୁ ମଶା ଚାଲିଯାନ୍ତି।

ରସୁଣ: ରସୁଣର ବାସ୍ନା ମଧ୍ୟ ମଶାଙ୍କୁ ତଡ଼ିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିପାଇଁ ରସୁଣକୁ ବାଟି ପାଣିରେ ଫୁଟାନ୍ତୁ। ଏହି ପାଣିକୁ ଘରର ବିଭିନ୍ନ କୋଣରେ ଛିଞ୍ଚନ୍ତୁ। ଚାହିଁଲେ ପାଣିକୁ ଶରୀରରେ ଲଗାଇ ମଧ୍ୟ ଶୋଇପାରିବେ।