Advertisement

ଘରେ ରହିବାକୁ ନିବେଦନ କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିିଛି। ଏହି ସଙ୍କଟକୁ ରୋକିବାକୁ ସଞ୍ଜୟ ଦତ୍ତ ନିଜ ଫ୍ୟାନମାନଙ୍କୁ ହାତଯୋଡ଼ି ଘରେ ରହିବାକୁ ନିବେଦନ କରିଛନ୍ତି। ସୋମବାର ଏନେଇ ସେ ତାଙ୍କ ଟ୍ବିଟରରେ ଏକ ଭିଡିଓ ଶେୟାର କରିଛନ୍ତି। ଏହାର କ୍ୟାପ୍‌ସନ୍‌ରେ ଉଲ୍ଲେଖ ଅଛି ଯେ, ‘ଆସନ୍ତୁ ଘରେ ରହି ନିଜର ଏକ ଛୋଟ ସହଯୋଗର ହାତ ବଢ଼ାଇବା’। କାରଣ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବାକୁ ଏହା ହେଉଛି ଏକମାତ୍ର ରାସ୍ତା। ଏହି ଭିଡିଓରେ ସଞ୍ଜୟ ହାତଯୋଡି ଫ୍ୟାନମାନଙ୍କୁ ପ୍ରଥମେ କହିଛନ୍ତି ‘ନମସ୍କାର’। ଆମ ଦେଶ ବର୍ତ୍ତମାନ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ଏଥିରେ ଆମ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ଏହି କରୋନା ଭାଇରସ୍‌କୁ ସାହାସର ସହିତ ସାମ୍ନା କରି ଆମ ଦେଶରୁ ହଟାଇବାକୁ ପଡ଼ିବ। ଏଥିଲାଗି ମୁଁ ହାତଯୋଡ଼ି ନିବେଦନ କରୁଛି, ଦୟା କରି ଘରେ ରହି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ। ଜରୁରି ନ ଥିଲେ ଘରୁ ବାହାରନ୍ତୁ ନାହିଁ। ନିଜ ପରିବାର ସହିତ ସମୟ କଟାନ୍ତୁ। ସମସ୍ତେ ସୁରକ୍ଷିତ ରୁହନ୍ତୁ। ରାସ୍ତାରେ ଆମ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଜଗୁଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସହଯୋଗ କରନ୍ତୁ। ସେମାନେ ଆମ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଡ୍ୟୁଟି କରୁଛନ୍ତି। ‘ଏହି କରୋନା ଭାଇରସ୍‌କୁ ଆମକୁ ହଟାଇବାକୁ ହିଁ ପଡ଼ିବ ବୋଲି ସେ କହିଛନ୍ତି।’

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share