ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ ଏନେଇ ଟୁଇଟର ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ସମ୍ପ୍ରତି ଟୁଇଟରରେ ପ୍ରାୟ ୫,୦୦୦ କର୍ମଚାରୀ କାମ କରୁଛନ୍ତି। ସଂକ୍ରମଣ ଯେଭଳି ନ ହେବ ସେଥିପାଇଁ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ନ ଆସିବାକୁ କୁହାଯାଇଛି। ତେବେ ଘରେ କାମ କଲେ ମଧ୍ୟ ଦରମା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଟୁଇଟର ପକ୍ଷରୁ କର୍ମଚାରୀଙ୍କୁ କମ୍ପାନୀର ନିଜସ୍ବ ବ୍ଲଗ୍‌ରେ ସୂଚନା ଦିଆଯାଇଛି।

Share