ଘରେ ରହି ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହେଲେ ତାପସି

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏହି ସମୟରେ ଘରେ ବନ୍ଦ ହୋଇ ରହି ମଧ୍ୟ ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହୋଇପାରିଛନ୍ତି ବଲିଉଡ୍‌ ନାୟିକା ତାପସି ପନ୍ନୁ। ଏହାର ମେ’ ମାସର ମାଗାଜିନ ପାଇଁ କଭର ଫଟୋ ତାପସି ନିଜ ଘରେ ଶୁଟ୍‌ କରିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏହା ଶେୟାର କରିବା ପରେ ଏକଥା ଜଣାପଡିଛି।

ଫଟୋ ଶେୟାର କରି ତାପସି ଲେଖିଛନ୍ତି, ଲକ୍‌ଡାଉନ ସମୟରେ ଯେତେବେଳେ ଆପଣ ଷ୍ଟାଇଲିଷ୍ଟ, ଫଟୋଗ୍ରାଫର, କନସେପ୍ଟ ଡିଜାଇନର, ଫଟୋ ଏଡିଟର, ଆର୍ଟ ଡାଇରେକ୍ଟରଙ୍କ ସହ ଅଛନ୍ତି ତା’ର ଆଉଟ୍‌ ପୁଟ୍‌ ଏହାହିଁ ହେବ। ତେବେ କ୍ୱାରାଣ୍ଟାଇନ ଫଟୋ ସିରିଜ ପାଇଁ ହେୟାର ମେକଅପ୍‌ ଓ ବାଲାନସିଂର କ୍ରେଡିଟ ସେ ନିଜେ ନେବେ ବୋଲି କହିଛନ୍ତି। ତେବେ ଫଟୋ ଶୁଟ୍‌ ପାଇଁ ସବୁ ସଟ୍‌ସର କନସେପ୍ଟ ଓ ଡିଜାଇନ ଦେବକିଙ୍କୁ ଦିଆଯିବ। ଯିଏକି ତାପସିଙ୍କ ଷ୍ଟାଇଲିଷ୍ଟ ଓ ସିଷ୍ଟର ଇନ୍‌ ଲ ବୋଲି ଜଣାପଡିଛି। ଲକ୍‌ଡାଉନ ସମୟରେ ଏମାନେ ଦୁହେଁ ଏକାଠି ସମୟ କାଟୁଛନ୍ତି। ତେବେ ଏହି ମାଗଜିନର କଭର ପେଜ୍‌ ଫଟୋ ଶୁଟ୍‌ ପାଇଁ ତାପସିଙ୍କ ଘରର ପ୍ରତିଟି କୋଣ ଯେମିତିକି କିଚେନ, ବାଥରୁମ, ଲିଭିଙ୍ଗ ରୁମ୍‌, ବାଲକୋନି ଯେଉଁଠି ଯେଉଁଠି ତାପସି ଲକ୍‌ଡାଉନରେ ସମୟ କାଟିଛନ୍ତି ସେସବୁକୁ ବଛାଯାଇଥିବା ବେଳେ ଏହାକୁ କିନ୍ତୁ ପରେ କପଡାରେ ଢାଙ୍କି ଦିଆଯାଇଛି।

Share