ଘରେ ରୋଷେଇ ବେଳେ ମହିଳାଙ୍କୁ ଗୁଳି

ଦେବଗଡ଼, ୧୬।୧୨ (ଡି.ଏନ୍‌.ଏ.):ଘରେ ରୋଷେଇ କରୁଥିବାବେଳେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ବୁଧବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମିଣୀ (୩୦) ଘର ଭିତରେ ରୋଷେଇ କରୁଥିବାବେଳେ କେହି ଜଣେ ଦୁର୍ବୃତ୍ତ ଘର ଭିତରକୁ ପଶି ତାଙ୍କ ଉପରକୁ ହଠାତ ଗୁଳିମାଡ଼ କରିଥିଲେ। ରୁକି୍ମଣୀଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଜଣକ ନିଜ ମୁହଁକୁ କପଡ଼ାରେ ଘୋଡ଼ାଇ ରଖିଥିବାରୁ ତାଙ୍କୁ ଚିହ୍ନିପାରି ନ ଥିଲେ। ଗୁଳି ଶବ୍ଦ ଶୁଣି ରୁକ୍ମିଣୀଙ୍କ ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟ ଦୌଡି ଆସିଥିବାବେଳେ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିଲେ। ରୁକି୍ମଣୀଙ୍କୁ ଉଦ୍ଧାର କରି ପ୍ରଥମେ ବାରକୋଟ ସ୍ବାସ୍ଥ୍ୟକେନ୍ଦ୍ର, ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ବିଳମ୍ବିତ ରାତିରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ତାଙ୍କ ପରିବାର ସହିତ କାହାରି ଶତ୍ରୁତା ନ ଥିଲା। କିନ୍ତୁ ହଠାତ୍‌ କିଏ ଓ କାହିଁକି ଗୁଳିମାଡ଼ କଲା ସେନେଇ କୌଣସି ସୂଚନା ମିଳିପାରିନାହିଁ। ବାରକୋଟ ଥାନା ପୋଲିସକୁ ଖବର ଦିଆଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri