ଘରେ ଲଗାନ୍ତୁ ଏସବୁ ଗଛ

ଗଛ ଯେ କେବଳ ପରିବେଶକୁ ବିଶୁଦ୍ଧ ରଖିଥାଏ ତା’ନୁହେଁ ବରଂ ଏହାଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହା ଘରେ ସୁଖଶାନ୍ତି ପ୍ରଦାନ କରିବା ସହ ପରିବାର ଲୋକଙ୍କୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ମଲ୍ଲି: ଏହା ଏକ ସୁବାସିତ ଫୁଲ ଗଛ। ହେଲେ ବାସ୍ତୁଶାସ୍ତ୍ରରେ ଏହାର ମହତ୍ୱ ରହିଛି। ପରିବାର ସଦସ୍ୟଙ୍କ ମଧ୍ୟରେ ଯଦି ମନୋମାଳିନ୍ୟ ଲାଗି ରହୁଛି ତେବେ ଘର ସାମ୍ନାରେ ଏକ ମଲ୍ଲି ଗଛ ଲଗାଇବା ଭଲ।

ତୁଳସୀ: ହିନ୍ଦୁଧର୍ମରେ ଏହାର ବହୁତ ମହତ୍ୱ ରହିଛି। ଏହା ଘର ଭିତରେ ଥିବା ସମସ୍ତ ନକରାତ୍ମକ ପ୍ରଭାବକୁ ଦୂର କରିଥାଏ ବୋଲି କୁହାଯାଏ। କାରଣ ଏଥିରେ ସବୁ ଦେବାଦେବୀ ବାସ କରିଥାଆନ୍ତି।

ଛୋଟ ବାଉଁଶ ଗଛ: କିଛିଦିନ ହେବ ଲକ୍ଷ୍ୟକଲେ ଦେଖାଯାଇଛି ଲୋକେ ଛୋଟ ବାଉଁଶ ଗଛ ଘରେ ରଖୁଛନ୍ତି। ଫେଙ୍ଗସୁଇ ସହ ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାକୁ ଘରେ ରଖିବାକୁ କୁହାଯାଉଛି। ଏଥିରେ କ୍ଳେଶ ଦୂର କରିବାର କ୍ଷମତା ରହିଛି ବୋଲି କୁହାଯାଉଛି।

କ୍ୟାକଟସ୍‌: ଏହାକୁ ଘରେ ରଖିଲେ ଘର ଉପରେ ଖରାପ ପ୍ରଭାବ ପଡି ନ ଥାଏ ବୋଲି ବାସ୍ତୁଶାସ୍ତ୍ରୀମାନେ କହିଥାଆନ୍ତି। ତେଣୁ ଘରେ ଏହି ଗଛ ରଖିବା ଭଲ।

ଆଲୋଭେରା: ଏହାକୁ ଯେ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଏ ତା’ନୁହେଁ ବରଂ ଏହା ସୌଭାଗ୍ୟ ମଧ୍ୟ ବୃଦ୍ଧି କରିଥାଏ। ଏହି ଗଛରେ ଘର ସଜାଇବା ଭଲ। ପରିବାରରେ ଥିବା ଅସୁବିଧାର ଏହା ସମାଧାନ କରିଦିଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।