Categories: ଅପରାଧ

ଘରେ ଲୁଚାଇ ରଖିଥିଲେ ମୂଲ୍ୟବାନ ଶାଳ, ଶାଗୁଆନ ପଟ୍ଟା: ଚଢ଼ାଉକରି ଜବତ କଲା ବନବିଭାଗ

ଓଡ଼ଗାଁ, ୧୨।୭(ସ୍ବ.ପ୍ର.)- ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ସିଙ୍ଗାରପଲୀ ଗ୍ରାମରୁ ବନ ବିଭାଗ ପ୍ରାୟ ୨ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ କରିଛି। ଗ୍ରାମର ଏକ ବନ୍ଦ ଘରେ ବହୁ ପରିମାଣର କାଠ କାଟି ମହଜୁଦ ରହିଥିବା ସୂଚନା ପାଇ ରେଞ୍ଜର ରବିନ୍ଦ୍ର ନାଥ ପଣ୍ଡା, ବନପାଳ ସରିତା ବରାଳ ବନରକ୍ଷୀ ଓ ବନ ସୁରକ୍ଷା ଫୋର୍ସ ସହାୟତାରେ ଶୁକ୍ରବାର ଚଢ଼ାଉ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଗାଁରେ ଅନୁପସ୍ଥିତ ଥିବାରୁ ନିର୍ବାଚିତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ସମସ୍ତ କାଠ ଜବତ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି।