ଘରୋଇ ଉପାୟରେ ଦାନ୍ତ ଚମକିବ ମୋତି ପରି

ପ୍ରାୟ ସମସ୍ତେ ଚାହିଁଥାନ୍ତି ଦାନ୍ତ ମୋତି ପରି ଚମକି ଉଠୁ। କିଛି ଲୋକ ଏଥିପାଇଁ ଡାକ୍ତରଙ୍କ ନିକଟକୁ ଯାଇ କୃତ୍ରିମ ଉପାୟରେ ଉପଚାର ବି କରିଥାନ୍ତି। ମାତ୍ର ଘରୋଇ ଉପାୟରେ ମଧ୍ୟ ଦାନ୍ତ ମୋତି ପରି ଚମକିବ। ଜାଣନ୍ତୁ ଏ ସମ୍ପର୍କରେ…
ବେକିଂ ସୋଡା:


ବେକିଂ ସୋଡ଼ାକୁ ଏକ ପ୍ରାକୃତିକ ଉପଚାର ଭାବେ ଗ୍ରହଣ କରାଯାଏ। କେତେକ ଟୁଥ୍‌ପେଷ୍ଟରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। ବେକିଂ ସୋଡ଼ାର ଏମିତି କିଛି ଗୁଣ ରହିଛି, ଯାହାଦ୍ୱାରା ଦାନ୍ତ ଉଜ୍ଜ୍ୱଳ ଦିଶିଥାଏ। ଦାନ୍ତରେ ଚମକ ଆଣିବାକୁ ଚାହୁଁଥିଲେ ବେଳେବେଳେ ବେକିଂ ସୋଡ଼ାର ବ୍ୟବହାର କରନ୍ତୁ।
ଷ୍ଟ୍ରବେରୀ:


ଷ୍ଟ୍ରବେରୀ ସହିତ କିଛି ବେକିଂ ସୋଡ଼ା ମିଶାଇ ଦାନ୍ତ ଘଷିଲେ ଦାନ୍ତରେ ଚମକ ଆସିଥାଏ। ଷ୍ଟବେରୀରେ ଥିବା ମୌଳିକ ଏସିଡ୍‌ ଦାନ୍ତରୁ ଦାଗ ଦୂର କରି ଧଳା କରିଦିଏ।