Categories: ଜାତୀୟ

ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଲକ୍‌ଡାଉନ୍‌ ସମୟରେ ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଲକ୍‌ଡାଉନ ସମୟରେ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଜ୍ଞପ୍ତି ଉପରେ ଜବାବ ଦାଖଲ କରିବାକୁ ଜଷ୍ଟିସ ଅଶୋକ ଭୂଷଣ, ଏସ.କେ. କାଉଲ ଏବଂ ଏମ.ଆର. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମହଲତ ଦେଇଛନ୍ତି। ଯେଉଁ କମ୍ପାନୀ ନିଜ କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ। କମ୍ପାନୀଗୁଡିକ କର୍ମଚାରୀଙ୍କ ମଧ୍ୟରେ ଆଲୋଚନାକରି ମାମଲାର ସମାଧାନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Share