ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

ଚୌଦ୍ୱାର, ୧୫।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ହେଲେ ସାବି ପ୍ରଧାନ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ପ୍ରକାଶ ପ୍ରଧାନ ଫେରାର ହୋଇଯାଇଛନ୍ତି।

ସୂଚନାନୁଯାୟୀ, ଉକ୍ତ ସାହିରେ ରହୁଥିବା ସାବି ତାଙ୍କ ପୁତୁରାଙ୍କ ବିବାହରେ ଯୋଗ ଦେବାକୁ ଗୋପୀନାଥ ପଡ଼ା ଯାଇଥିଲେ। ପ୍ରକାଶ ମଧ୍ୟ ତାଙ୍କ ସହ ଯାଇଥିଲେ। ସେଠାରେ କୌଣସି ଘରୋଇ କଳହକୁ ନେଇ ମା’ପୁଅଙ୍କ ମଧ୍ୟେରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରକାଶ ଏକ ଟାଙ୍ଗିଆରେ ତାଙ୍କୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share