ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର

ପାଟଣାଗଡ଼,୧୧।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଦାଦା ପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରତର ଜଣକ ହେଲେ ମନୋଜ ସାହୁ।
ସୂଚନାଯୋଗ୍ୟ, ସୋମବାର ରାତି ୩ଟାରେ ମନୋଜ ଶୋଇଥିବା ସମୟରେ ଦାଦା ପୁଅ ଭାଇ ବୃନ୍ଦାବନ ସାହୁ ମନୋଜଙ୍କୁ ଏକ ଖଣ୍ଡାରେ ୫/୬ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ମନୋଜକୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମନୋଜଙ୍କ କହିବାନୁଯାୟୀ, ବର୍ଷେ ହେଲା ସେମାନଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିଲା। ତେବେ ପରକୀୟାପ୍ରୀତିରୁ ଏଭଳି କାଣ୍ଡ ଘଟିଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

Share