Advertisement

ଘରୋଇ କଳି ହେଲା କାଳ: ପୁଅ ସହ ଯୁକ୍ତିକରି ମା’ଙ୍କ ଆତ୍ମହତ୍ୟା

ଢେଙ୍କିକୋଟ,୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମ ଗିଧିବସା ସାହିରେ ସୋମବାର ରାତିରେ ଘରୋଇ କଳିକୁ କେନ୍ଦ୍ରକରି ଜଣେ ବୃଦ୍ଧା ବେକରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁରେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଚୁଳୁପା ମୁଣ୍ଡା।
ସୂଚନାଯୋଗ୍ୟ, ରାତିରେ ଚୁଳୁପା ମଦ ପିଇ ପୁଅ ସାନଙ୍ଗି ସହ ଯୁକ୍ତି କରିଥିଲେ । ପରେ ଉଭୟେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଚୁଳୁପା ନିକଟରେ ଥିବା ଏକ ଆମ୍ବଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସକାଳେ ପୁଅ ତାଙ୍କୁ ବହୁ ଖୋଜାଖୋଜି କରି ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଫାଣ୍ଡିକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପାଟଣା ଡାକ୍ତରଖାନା ପଠାଇଛି। ଏନେଇ ଘଟଗାଁ ଥାନାରେ କେସ୍‌ ନଂ. ୫୦/୧୯ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share