Categories: ବାଣିଜ୍ୟ

ଘରୋଇ ଡିଜିଟାଲ କରେନ୍ସିକୁ ଆର୍‌ବିଆଇର ନା

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ବତ୍ତର୍ମାନ ଡିଜିଟାଲ କରେନ୍ସି ଆଣିବା ନେଇ ସ୍ପଷ୍ଟ ଭାବେ କହି ହେବ ନାହିଁ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଏ ନେଇ କହିବା ବର୍ତ୍ତମାନ ସମୟ ଆସିନାହିଁ। ବର୍ତ୍ତମାନ ଟେକ୍ନୋଲୋଜି କ୍ଷେତ୍ରରେ କିଛିଟା ଅସୁବିଧା ରହିଛି। ମାତ୍ର ଏହି ପ୍ରସଙ୍ଗ ଉପରେ ବିଚାର କରାଯାଉଛି। ପ୍ରାଇଭେଟ ଡିଜିଟାଲ କରେନ୍ସି ବିପକ୍ଷରେ ରିଜର୍ଭ ବ୍ୟାଙ୍କ ରହିଥିବା ଗଭର୍ନର ଦାସ ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା ରିଜର୍ଭ ବ୍ୟାଙ୍କର ସାର୍ବଭୌମ କ୍ଷମତାକୁ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ସେ ମତ ଦେଇଛନ୍ତି।

Share