ଘରୋଇ ପ୍ଲଟରୁ ୩ ମହଲା କୋଠା ଭଙ୍ଗାଗଲା

ପୁରୀ ଅଫିସ୍‌, ୧୬।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଗତ କିଛିଦିନ ଧରି ମଙ୍ଗୁ ମଠ ଓ ସାନ ଛତା ମଠ ଭଙ୍ଗା ଯିବା ପରେ ସୋମବାର ଘରୋଇ ପ୍ଲଟକୁ ଫେରି ପ୍ରଶାସନ। ସକାଳୁ ଦୋଳଦେବୀ କୋଣସ୍ଥିତ ଏକ ୩ ମହଲା କୋଠାକୁ ଭଙ୍ଗା ଯାଉଛି। ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଦାସ, ଉପଜିଲାପାଳ ଭବତାରଣ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଘର ଭଙ୍ଗାଯାଉଛି। ଆଗକୁ ଏହି ସୁରକ୍ଷା ଜୋନରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଉପଜିଲାପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି।