ଘରୋଇ ବସ୍‌ରୁ ଗଞ୍ଜେଇ ଜବତ: ଅଭିଯୁକ୍ତ ଯାତ୍ରୀ ଅଟକ

କୋରୁକୋଣ୍ଡା, ୮।୬(ଡି.ଏନ୍‌.ଏ): ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଘରୋଇ ବସ୍‌(ଗୁପ୍ତା ଟ୍ରାଭେଲର୍ସ)ରୁ ଶନିବାର ସକାଳେ ଗଞ୍ଜେଇ ଜବତ ହୋଇଛି। ଜଣେ ଯୁବକ ଏକ ବ୍ୟାଗରେ ଗଞ୍ଜେଇ ନେଇ ଜୟପୁର ଯାଉଥିବା ମାଲକାନଗିରି ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଅବକାରୀ ବିଭାଗ ପ୍ରାୟ ୨୨କେଜି ଗଞ୍ଜେଇ ଜବତ କରିବାସହ ଚାଲାଣକାରୀଙ୍କୁ ଅଟକରଖି ପଚରାଉଚରା ଜାରିରଖିଛି।