ଘରୋଇ ବସ୍‌ ଉପରେ ଲକ୍‌ଡାଉନ ମାଡ଼: ଆଶଙ୍କାରେ ଦିନ ବିତାଉଛନ୍ତି ମାଲିକ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଘୋଷଣା ଘରୋଇ ବସ୍‌ ମାଲିକଙ୍କ ଉପରେ ଭାରି ପଡ଼ିଛି। ମାର୍ଚ୍ଚ ୨୪ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ଚଳାଚଳ କରିଥାଏ। ଲକ୍‌ଡାଉନ ପରଠାରୁ ଗାଡ଼ିଗୁଡ଼ିକ ଛିଡ଼ା ହୋଇ ରହିଛି। କ୍ଷତି ପରିମାଣ ଏତେ ବଢ଼ିଗଲାଣି ଯେ, ଲକ୍‌ଡାଉନ ଉଠିବା ପରେ ବସ୍‌ ଚଳାଇବା ସମ୍ଭବ ହେବ କି ନାହଁ ଏବେ ସେହି ଆଶଙ୍କା ମାଲିକଙ୍କୁ ଘାରିଛି। ଗାଡ଼ି ଗଡୁ ନ ଥିବାରୁ ଟିକସ, ବୀମା, ବ୍ୟାଙ୍କ ଇଏମ୍‌ଆଇ ଏବଂ କର୍ମଚାରୀଙ୍କ ଖର୍ଚ୍ଚ ଲଦି ହୋଇ ଚାଲିଛି। ଆଥିର୍ର୍କ କ୍ଷତିକୁ ନେଇ ବସ୍‌ମାଲିକମାନେ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇ ପଡ଼ିଲେଣି। କେବେ ବସ୍‌ ଚାଲିବ ସେନେଇ ଆଶଙ୍କାରେ ରହିଛନ୍ତି। ଲକ୍‌ଡାଉନ ହଟିବାପରେ ପୂର୍ବଭଳି ଯାତ୍ରୀମାନେ ବସରେ ଯିବା ଆସିବା କରିବେ କି ନାହିଁ ସେଇ ଚିନ୍ତାରେ ଘାରି ହେଉଛନ୍ତି। ରାଜ୍ୟ ସରକାର ସହାୟତା ପ୍ରଦାନ ନ କଲେ ବସ୍‌ ଚଳାଇବା କାଠିକର ହେବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
ସଂଘର କହିବା କଥା ହେଲା ରାଜ୍ୟରେ ୬ହଜାର ଏସି ବସ୍‌ ଚାଲୁଥିବାବେଳେ ୮ ହଜାର ନନ୍‌ ଏସି ବସ୍‌ ଚାଲୁଛି। ଏସି ବସ୍‌ଗୁଡ଼ିକର ଦାମ୍‌ ୫୦ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ନନ୍‌ ଏସିି ବସ୍‌ଗୁଡିକର ମୂଲ୍ୟ ୪୦ଲକ୍ଷରୁ ଊର୍ଦ୍ଧ୍ୱ। ଅଧିକାଂଶ ମାଲିକ ବ୍ୟାଙ୍କରୁ ଋଣ କରି ବସ୍‌ କିଣିଥାନ୍ତି। ବ୍ୟାଙ୍କଗୁଡିକୁ ୩ବର୍ଷ ପାଇଁଁ ୩୬ଟି ଇଏମ୍‌ଆଇରେ ୧୩% ସୁଧ ହାରରେ ଦେବାକୁ ପଡୁଛି। ବୀମା ବାବଦରେ ବର୍ଷକୁ ଏସି ବସ୍‌ ଲାଗି ୧.୫ଲକ୍ଷ ଏବଂ ନନ୍‌ ଏସି ବସ୍‌କୁ ୧ଲକ୍ଷ ଟଙ୍କା ଭରିବାକୁ ପଡୁଛି। ଏହାଛଡ଼ା ଏମଭି ଫିଟନେସ, ପରମିଟ ଆଦି ଟିକସ ବାବଦରେ ପ୍ରତିମାସରେ ଏସ୍‌ସି ବସ ପାଇଁ ୨୩ ହଜାର ଓ ନନ୍‌ ଏସି ବସ୍‌ ପାଇଁ ୧୫ ହଜାର ଟଙ୍କା ପଇଠ କରିବାକୁ ହେଉଛି। ଏପରି କି ଦୈନିଳ କର୍ମଚାରୀଙ୍କ ପାଇଁ ଏସି ବସ୍‌ ସକାଶେ ୩୦ ହଜାର ଏବଂ ନନ୍‌ ଏସିି ବସ ପାଇଁ ୨୪ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଯଦି ବସ୍‌ ଚଳାଚଳ ନ କରିବ ତେବେ ଦୈନିକ ୧ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାଜ୍ୟର ଚାଲୁଥିବା ସମସ୍ତ ଘରୋଇ ବସ୍‌ଗୁଡିକୁ ଦୈନିକ ବ୍ୟାଙ୍କ ଇଏମ୍‌ଆଇ ବାବଦରେ ୧୮୬୨.୨୨ଲକ୍ଷ ଟଙ୍କା ଦେବାକୁ ପଡୁଥିବା ବେଳେ ସୁଧବାବଦରେ ୬୨.୦୭ ଲକ୍ଷ, ବୀମା ବାବଦରେ ୪୬.୫୮ ଲକ୍ଷ, ୪୮ ହଜାର ବସ୍‌ କର୍ମଚାରୀଙ୍କ ପାଇଁ ଦୈନିକ ଦରମା ବାବଦରେ ପ୍ରାୟ ୩ କୋଟି ୭୨ ଲକ୍ଷ, ସମସ୍ତ ଟିକସ ବାବଦରେ ଦୈନିକ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଉପରୋକ୍ତ ସମସ୍ତ ଖର୍ଚ୍ଚକୁ ମିଶାଇ ଦୈନିକ ୧୪ ହଜାର ବସ୍‌ ପାଇଁଁ ପ୍ରାୟ ୩୦୨୭.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବସ୍‌ ଚଳାଚଳ ବନ୍ଦ ଥିବାରୁ ରୋଜଗାର ନାହିଁ। ଏହାସତ୍ତ୍ୱେ ବସ୍‌ମାଲିକମାନେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅବସ୍ଥା ଆଉ କିଛି ଦିନ ବଳବତ୍ତର ରହିଲେ ମାଲିକମାନେ ଆର୍ଥିକ ଦେବାଳିଆ ହୋଇ ଯାଇଥିବେ। ଏଭଳି ଘଡସନ୍ଧି ମୁହୂର୍ତ୍ତରୁ ମୁକୁଳିବା ପାଇଁ ବସ୍‌ ଚଳାଚଳ କରିବା ପାଇଁଁ ଘରୋଇ ବସ୍‌ ମାଲିକ ସଂଘ ସରକାରଙ୍କ ସହାୟତା ଲୋଡିଛି। ଏନେଇ ପରିବହନ ସଚିବ, ମୁଖ୍ୟଶାସନ ସଚିବ, ପରିବହନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ବସ୍‌ ଚଳାଇବା ପାଇଁ ୬ମାସର ଏମ୍‌ଭି ଟିକସ ଛାଡ଼ କରିବା ସହିତ, ବୀମା ନବୀକରଣ ଅବଧିକୁ ୬ମାସ ବୃୃଦ୍ଧି, ବ୍ୟାଙ୍କ ସୁଧ ରାଶି ୬ମାସ ପାଇଁ ଛାଡ଼ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଟିକସ ଦେଇ ଗାଡ଼ି ଚଳାଇବା ସମ୍ଭବ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ମାଚ୍ଚର୍ର୍ ମାସର ଟିକସକୁ ଯେଉଁମାସରେ ବସ୍‌ ଚାଲିବ ସେଇ ମାସରେ ଆଡଜଷ୍ଟ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଜନସ୍ବାର୍ଥ ଦୃଷ୍ଟିରୁ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri