ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ‘ଆମ ଜନତା ଅଧିକାର’ର ସମୂହ ଦୀପଦାନ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ଅଫିସ,୧୩।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ ଏଭଳି ପଦକ୍ଷେପ ନେଇଛି ଆର୍‌ବିଆଇ । ତେବେ ୟେସ୍‌ ବ୍ୟାଙ୍କରେ ଜମା ରଖାଯାଇଥିବା ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି । ଠାକୁରଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ଜମା ରଖାଯିବାକୁ ବିରୋଧକରି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, ଆନ୍ଦୋଳନ ଚାଲିଛି । ଶୁକ୍ରବାର ଏ ନେଇ ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ କରିଛି ଆମ ଜନତା ଅଧିକାର ସଙ୍ଗଠନ । ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଫେରସ୍ତ ଏବଂ ଦୋଷୀ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ସମୂହ ଦୀପଦାନ କରାଯାଇଛି ।

Share