Categories: ଖେଳ

ଘରୋଇ ମ୍ୟାଚ୍‌କୁ ସ୍ଥଗିତ କଲା ବିସିସିଆଇ

ମୁମ୍ବାଇ,୧୪।୩(ପି.ଟି.)- ଚଳିତ ଘରୋଇ ସିଜିନର ବଳକା ମ୍ୟାଚ୍‌କୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସ୍ଥଗିତ ରଖିଛି। ଏଥିରେ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ହେବାକୁ ଥିବା ଇରାନୀ କପ୍‌ ମଧ୍ୟ ରହିଛି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ହସ୍ତାକ୍ଷର ଥିବା ବିବରଣୀରେ ବିଜି ଟ୍ରଫି, ସିନିୟର ମହିଳା ଦିନିକିଆ ନକ୍‌ଆଉଟ୍‌ ଓ ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଇଭେଣ୍ଟ ଭଳି ଟୁର୍ନାମେଣ୍ଟ ରହିଛି। ଜୁନିୟର ମହିଳା ଟୁର୍ନାମେଣ୍ଟକୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବରୁ ଇରାନୀ କପ୍‌ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ଷ୍ଟାଡିୟମରେ ଚଳିତ ମାସ ୧୮ରୁ ୨୨ ତାରିଖରେ ରୁଦ୍ଧ ଷ୍ଟାଡିୟମରେ ଖେଳାଯିବାର ଥିଲା।

Share