ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍ ନ ଥିବା ଘରୋଇ ଯାତ୍ରୀବାହୀ ବସ୍ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ କାଟୁଥିବା କଣ୍ଡକ୍ଟରଙ୍କ ଲାଇସେନ୍ସ ନ ଥିଲା। ବଲାଙ୍ଗୀର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଆରଟିଓ ଅଫିସ ଛକ ନିକଟରେ ବୁଧବାର ଗାଡି ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ଶତାବ୍ଦୀ ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍କୁ ଯାଞ୍ଚ କରାଯାଇଥିଲା। ଉକ୍ତ ଯାତ୍ରୀବାହୀ ବସ୍ର ପରମିଟ୍ ନ ଥିବା ଓ ଡ୍ରାଇଭର, କଣ୍ଡକ୍ଟରଙ୍କ ଲାଇସେନ୍ସ ନ ଥିବା ଜଣାପଡ଼ିଥିଲା। ଏହାପରେ ଏହି ଗାଡି ଉପରେ ୩୦ ହଜାର ୫ ଶହ ଟଙ୍କା ଫାଇନ୍ ପକାଯାଇଥିଲା। ପରେ ଉକ୍ତ ବସ୍କୁ ଟାଉନ୍ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିବା ଆରଟିଓ ପ୍ରଣୟ କୁମାର ମିଶ୍ର ସୂଚନା ଦେଇଛନ୍ତି।