Categories: ବାଣିଜ୍ୟ

ଘରୋଇ ସଂସ୍ଥାଙ୍କୁ ‘ଓ୍ବାର୍କ ଫ୍ରମ ହୋମ’ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦-୩: ଏବେ ସାରା ଦେଶରେ କରୋନାରେ ୧୭୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଅନ୍ତର୍ଜାତୀୟ ଫ୍ଲାଇଟଗୁଡିକୁ ସରକାର ଆଗାମୀ କିଛି ଦିନ ବ୍ୟାନ କରି ଦେଇଛନ୍ତି। ଘରୋଇ କମ୍ପାନୀର କର୍ମଚାରୀମାନେ ଘରୁ କାମ କରିବା ଲାଗି ସରକାର ରାଜ୍ୟଗୁଡିକୁ କହିଛନ୍ତି। ରାଜ୍ୟଗୁଡିକ ଏ ପ୍ରସଙ୍ଗକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ଗୋଟିଏ ସପ୍ତାହ ଲାଗି ଦେଶ ମଧ୍ୟକୁ କୌଣସି ଅନ୍ତର୍ଜାତୀୟ ବିମାନ ପ୍ରବେଶ ନିଷେଧ କରାଯାଇଛି। ୧୦ ବର୍ଷରୁ କମ୍‌ ବୟସର ପିଲାମାନେ ଘରେ ରହିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଏହାର ଅଧିକାଂଶ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛି। ଏହି ଧାରାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଯୋଡି ହୋଇଛି।

Share