Categories: ମେଟ୍ରୋ

ଘରୋଇ ହସ୍ପିଟାଲ ସହାୟତାରେ ସ୍ଥାପନ ହେବ ୧ହଜାର ବେଡ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ(କୋଭିଡ-୧୯) ସଂକ୍ରମଣ ସଂଖ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲ ସହାୟତାରେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ୧ହଜାର୍‌ ବେଡ ପାଇଁ ଆୟୋଜନ କରିଛନ୍ତି। ଏ ନେଇ ସରକାର, ସମ୍‌ ଓ କିମ ମେଡିକାଲ କଲେ୍‌ଜ ମଧ୍ୟରେ ତ୍ରିପାକ୍ଷିକ ବୁଝାବଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଲୋକସେବା ଭବନଠାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏବଂ କିମ ମ୍ୟାନେଜମେଣ୍ଟ ସହିତ ୪୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପାଇଁ ବୁଝବଣା ପତ୍ର ସ୍ବାକ୍ଷରିତ କରିଛନ୍ତି। ସେହିପରି ଦ୍ୱିତୀୟ ଏମଓୟୁରେ ସ୍ବାସ୍ଥ୍ୟ ସଚିବ, ଏମସିଏଲର ଏସ୍‌.ଏସ୍‌ ପଣ୍ଡା ଏବଂ ସମ ହସ୍ପିଟାଲ ମ୍ୟାନେଜମେଣ୍ଟ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଆଇସିୟୁ ସୁବିଧା କରିବା ନେଇ ସ୍ବାକ୍ଷରିତ କରିଛନ୍ତି। ସେଥିପାଇଁ ଓଏମ୍‌ସି ଏବଂ ଏମସିଏଲ ସମସ୍ତ ଖର୍ଚ୍ଚ ବହନ କରିବେ। ଏହା ଆସନ୍ତା ୧୫ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଏହି ଦୁଇ କେନ୍ଦ୍ର ଓ ରାଜ୍ୟ ଉଦ୍ୟୋଗକୁ ସ୍ବାଗତ କରିଛନ୍ତି।

Share