ଘରୋଇ ହିଂସା: ପୀଡିତାଙ୍କ ସହାୟତା ନିମନ୍ତେ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ବାଟ୍‌ସ୍‌ଆପ୍‌ ନମ୍ବର

ଭୁବନେଶ୍ୱର, ୧୬।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ ପ୍ରଶାସନଠାରୁ ଆରମ୍ଭକରି ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ବୁଧବାର ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ବାଟ୍‌ସଆପ୍‌ ନମ୍ବର ଜାରି କରାଯାଇଥିବା ବେଳେ ଗୁରୁବାର ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ହ୍ବାଟ୍‌ସଆପ୍‌ ନମ୍ବର ଜାରି ହୋଇଛି। ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଲକ୍‌ଡାଉନ ଅବଧିରେ ସମଗ୍ର ରାଜ୍ୟରେ ମହିଳା ବିରୋଧୀ ହିଂସା ପରିମାଣ ବୃଦ୍ଧି ପାଇଛି। ତେଣୁ ପୀଡିତାଙ୍କ ସହାୟତା ନିମନ୍ତେ କମିଶନଙ୍କ ପକ୍ଷରୁ ହ୍ବାଟସଆପ ନଂ.-୮୭୬୩୫୪୩୦୧୩ ଜାରି କରାଯାଇଛି।

Share