ଲକ୍‌ଡାଉନ୍‌: ଘର ଆଗରେ ବୋର୍ଡ ଲଗାଇଲେ ୬୦ ବର୍ଷୀୟା ବୃଦ୍ଧା, ଲେଖିଲେ ଅଧିକ ମଦ ଆବଶ୍ୟକ

ଓଟ୍ଟଓ୍ବା: ମହାମାରୀ କରୋନା ଭୂତାଣୁ ଯୋଗୁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଏହି ଭୂତାଣୁ ଆଉ ବ୍ୟାପିବ ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ନିକଟରେ ଖାଦ୍ୟପାନୀୟର ଅଭାବ ଦେଖାଦେଇଛି। କାରଣ ଅଧିକାଂଶ ଲୋକ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଦୋକାନ ବଜାର ସବୁ ବନ୍ଦ ରହିଛି। ମାତ୍ର ଯେଉଁମାନେ ମଦ୍ୟପାନରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ସମୟରେ କାନାଡାର ଅନ୍‌ଟାରିଓରେ ରହୁଥିବା ଜଣେ ୮୨ ବର୍ଷୀୟା ବୃଦ୍ଧାଙ୍କ ମଦ ଶେଷ ହୋଇଯାଇଥିବାରୁ ଘର ବାହାରେ ଏକ ବୋର୍ଡ ଲଗାଇଛନ୍ତି। ଏଥିରେ ସେ ଲେଖିଛନ୍ତି ଅଧିକ ମଦ ଦରକାର।
ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ଝିଅ କୈଲୀ ଯେତେବେଳେ ତାଙ୍କୁ ଦେଖା କରିବାକୁ ଯାଇଥିଲେ ମାଆଙ୍କ ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୈଲୀ ମାଆଙ୍କର ଏହି ଫଟୋକୁ ଫେସ୍‌ବୁକ୍‌ରେ ଶେୟାର କରିଦେଇଥିଲେ। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପ୍ରିଲ ୪ରେ ଶେୟାର ହୋଇଥିବା ଏହି ଫଟୋକୁ ଏବେସୁଦ୍ଧା ୨ ଲକ୍ଷ ୫୬ ହଜାର ଲୋକ ଶେୟାର କରିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ୮ ହଜାରରୁ ଅଧିକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି। କୈଲୀ କହିଛନ୍ତି, ମାଆ ବହୁତ ଲୋକଙ୍କ ସହ ରହିଆସୁଥିଲେ। ଏବେ ଲକ୍‌ଡାଉନ୍‌ ଯୋଗୁ ସମସ୍ତେ ଗୃହବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ତେଣୁ ତାଙ୍କର ଦେଖାଶୁଣା କରିବାରେ ଅସୁବିଧା ହେଉଛି।

Share