ଘର କିଣିବା ସହ ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀ ନିକ୍‌ ଜୋନସଙ୍କ ସହ ମିଶି ବିଦେଶରେ ରହୁଛନ୍ତି। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ଏହି ନାୟିକା ଏବେ ଲସ୍‌ ଆଞ୍ଜେଲସ୍‌ରେ ଘର କିଣିବାକୁ ଚାହୁଁଛନ୍ତି। ଯଦିଓ ତାଙ୍କର ମୁମ୍ବାଇ ଓ ନ୍ୟୁୟର୍କରେ ଘର ରହିଛି। ହେଲେ ଏହା ଟିକେ ଛୋଟ ଘର ହୋଇଥିବାରୁ ଏବେ ସେ ଲସ୍‌ ଆଞ୍ଜେଲେସ୍‌ରେ ଏକ ବଡ ଘର ନେବାକୁ ଚାହୁଁଛନ୍ତି। ଘରେ ସୁଇମିଂ ପୁଲ୍‌ ସହ ଆଉ କେତେ କ’ଣ ତିଆରି କରିବାକୁ ଯୋଜନା ରଖିଥିବାରୁ ସେ ଲସ୍‌ ଆଞ୍ଜେଲସରେ ଘର କିଣିବାକୁ ଚାହୁଁଥିବା କହିଛନ୍ତି। ଆଉ ସେ କହିଛନ୍ତି କେବଳ ମା’ ହେବା ଓ ଘର କରିବା ମୋ ଜୀବନରେ ବାକି ରହିଲା।

Share