ଘର ଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ବନ୍ତ,୯।୪(ସ୍ବ.ପ୍ର.)-କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅଧୀନ ୧୧ଟି ୱାର୍ଡର ୧୧୯୫ ଜଣ ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା ଘର ଘର ବୁଲି ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହିତାଧିକାରୀ ମାନଙ୍କ ଘର ପାଖରେ ଆର୍ଥିକ ସହାୟତା ପହଞ୍ଚାଇଥିବାର ଜଣାଯାଇଛି ା ଅର୍ଥରାଶି ବଣ୍ଟନ ବେଳେ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦିଆଯାଇଥିଲା ା