ଘର ଛାତରେ ମହାପ୍ରଭୁଙ୍କ ଫଟୋ ରଖି ନୃତ୍ୟ

ପୁରୀ ଅଫିସ, ୬ା୬: ସ୍ନାନଯାତ୍ରା କିମ୍ବା ରଥଯାତ୍ରା ଅବା ବାହୁଡ଼ା ଏହି ସମୟରେ ଶ୍ରୀକ୍ଷେତ୍ରର ନୃତ୍ୟ ଶିଳ୍ପୀମାନେ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥାନ୍ତି। ବିଶେଷକରି ରଥଯାତ୍ରା ଓ ବାହୁଡ଼ା ପହଣ୍ଡି ଆଗରେ ଓଡ଼ିଶୀ, ମାହାରୀ ଆଦି ନୃତ୍ୟ ସାଙ୍ଗକୁ ବନାଟି ପ୍ରଦର୍ଶନ କରାଯାଇଥାଏ। ବିଭିନ୍ନ ବେଶଧାରୀ ବି ଶ୍ରଦ୍ଧାଳୁଙ୍କ ମନ ଜିଣନ୍ତି। ହେଲେ ଏଥର ବଡ଼ଦାଣ୍ଡରେ ୧୪୪ ଧାରା ଜାରି ଯୋଗୁ ନୃତ୍ୟଶିଳ୍ପୀ ଏବଂ ବେଶଧାରୀମାନେ ବଞ୍ଚତ୍ତ ହୋଇଛନ୍ତି। ମହାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ଆଶା ମଉଳି ଯାଇଛି। ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି ନିଜ ଘର ଛାତ ଉପରେ ମହାପ୍ରଭୁଙ୍କ ଫଟୋଚିତ୍ର ରଖି ଓଡ଼ିଶୀ ବେଶଭୂଷାରେ ମଙ୍ଗଳାଚରଣ ଓ ବନ୍ଦନା ନୃତ୍ୟ ପରିବେଷଣ କରି ମନକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ବଡ଼ଦାଣ୍ଡକୁ ନ ଆସିଲେ ନାହିଁ, ଘରେ କାଳିଆ ଠାକୁରଙ୍କୁ ଆରାଧନା କରିଥିବାରୁ ବେଶ୍‌ ଖୁସି ବୋଲି କହିଛନ୍ତି ରୋଜାଲିନ।

Share