ଘର ନିର୍ମାଣକୁ ନେଇ ବେଣୀପୁର ଗାଁରେ ଉତ୍ତେଜନା, ୫ ଘଣ୍ଟା ଧରି ପୋଲିସ ଅଟକ

ଗୋପ,୨୬।୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଣୀପୁର ଗାଁରେ ଗୋପ ପୋଲିସ ଦୀର୍ଘ ୫ ଘଣ୍ଟା ଧରି ଅଟକ ରହିଛି । ଜମିଜମାକୁ ନେଇ ଏପରି ଘଟଣା ଘଟିଥିବା କୁହାଯାଉଛି।
ପ୍ରକାଶ ଯେ,ବେଣୀପୁର ଗାଁର ଜଗବନ୍ଧୁ ରାଉତ ରବିବାର ତାଙ୍କ ନୂତନ ଘରର ଛାତ ପକାଇବା ବେଳେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡ଼ାଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଏପରି ଘର କାମକୁ ନେଇ ଥାନାକୁ ଅଭିଯୋଗ ଆସିବା ପରେ ପୋଲିସ ବେଣୀପୁର ଗାଁରେ ପହଞ୍ଚି ଥିଲା। ଜଗବନ୍ଧୁଙ୍କ ପରିବାର ପୋଲିସ କ’ଣ ପାଇଁ କାମ ବନ୍ଦ କରୁଛି ବୋଲି ପଚାରିବାରୁ ପୋଲିସ ନୀରବ ରହିଥିଲା। ପରେ ଜଗବନ୍ଧୁଙ୍କ ପରିବାରର ମହିଳା ଓ ପୁରୁଷ ପୋଲିସ ଗାଡ଼ି ସମ୍ମୁଖରେ ଶୋଇଥିଲେ। ଫଳରେ ଦୀର୍ଘ ୫ ଘଣ୍ଟା ଧରି ପୋଲିସ ଅଟକ ରହିଛି। ଗୋପ
ଥାନଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିବା ଜଣାପଡ଼ିଛି ।