Categories: ଗଞ୍ଜାମ

ଘର ନିର୍ମାଣ ଲାଗି ଜମି ଆବଶ୍ୟକ, ଜିଲାପାଳଙ୍କୁ ଭେଟିଲେ ଶେରଗଡ଼ ହରିଜନ ପରିବାର

ଛତ୍ରପୁର,୧୫।୭(ଡି.ଏନ୍‌.ଏ.)- ଶେରଗଡ଼ ତହସିଲ ଅଧୀନ ଶେରଗଡ଼ ଗାଁର ହରିଜନ ଲୋକେ ଘର ନିର୍ମାଣ ଲାଗି ଜମି ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ପୂର୍ବରୁ ଏନେଇ ଶେରଗଡ଼ ବିଡିଓ ଓ ତହସିଲଦାରଙ୍କୁ ଭେଟି ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ସମସ୍ୟା ସମାଧାନ ନ ହେବାରୁ ଗ୍ରାମବାସୀ ସୋମବାର ସପରିବାର ଛତ୍ରପୁର ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ପରେ ସେମାନେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବାନୁଯାୟୀ, ସେମାନେ ହରିଜନ ଶ୍ରେଣୀୟ। ମୂଲ ଲାଗି ପରିବାରର ପ୍ରତିପୋଷଣ କରିଥାନ୍ତି। ଘର ନିର୍ମାଣ କରିବା ପାଇଁ ସେମାନଙ୍କର ଜମି ନ ଥିବାବେଳେ ସ୍ବଳ୍ପ ଆୟ ଯୋଗୁ ଜମି କିଣିବା ସମ୍ଭବପର ନୁହେଁ ା ତେବେ ଗରିବ ଓ ହରିଜନ ପରିବାରଙ୍କୁ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଜମି ପ୍ରଦାନ କରାଯାଉଛି। ଏଣୁ ସେମାନଙ୍କୁ ଜମି ଯୋଗାଇ ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।