Categories: ଫୁରସତ

ଘର ପାଇଁ ଅଶୁଭ

* ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ। ତେଣୁ କ୍ଷୀରକୁ ସବୁ ବେଳେ ଘୋଡେଇ ରଖନ୍ତୁ।
* ଘରେ କଦାପି କ୍ୟାକ୍‌ଟସ୍‌ ବା କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ବିଶ୍ୱାସ ରହିଛି।
* ଘରର ଉତ୍ତର-ପୂର୍ବ କୋଣରେ ଓଜନଦାର ମୂର୍ତ୍ତି ରଖିବା ଉଚିତ ନୁହେଁ।
* ଖଟ ତଳେ ଜୋତା ବା ଚପଲ ରଖନ୍ତୁ ନାହିଁ। ଏହା ଦ୍ୱାରା ସ୍ବାସ୍ଥ୍ୟ ସମସ୍ୟା ଏବଂ ମାନସିକ ଚାପ ବୃଦ୍ଧି ପାଇଥାଏ। ଜୋତା ବା ଚପଲ ସବୁବେଳେ ଘର ବାହାରେ ରଖନ୍ତୁ।
* ଲୁହାର ଆଲମାରୀକୁ କେବେ ବି ଖଟର ପଛ ପଟେ ରଖନ୍ତୁ ନାହିଁ। ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେପରି କୌଣସି ଲୁହା ଜିନିଷ ଖଟ ଉପରେ ନ ରୁହେ।
* ଘରର ମଧ୍ୟଭାଗରେ ପାଣି ଟାଙ୍କି, ହ୍ୟାଣ୍ଡ ପମ୍ପ ବା ପାଣିର ସ୍ରୋତ ଥିବା କୌଣସି ଜିନିଷ ରଖନ୍ତୁ ନାହିଁ। ଏହା ଆର୍ଥିକ ସ୍ଥିତିରେ ବାଧା ସୃଷ୍ଟି କରିଥାଏ।
* ଘରେ କଦାପି ବୁଡି ଯାଉଥିବା ଡଙ୍ଗାର ଚିତ୍ର ରଖନ୍ତୁ ନାହିଁ। ଏହା ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରିଥାଏ।
* ଦାନ ପାଇଁ ଆଣିଥିବା ଜିନିଷକୁ ବହୁ ସମୟ ଯାଏ ଘରେ ରଖନ୍ତୁ ନାହିଁ, ଏହାକୁ ଯଥା ସମ୍ଭବ ଦାନ କରିଦିଅନ୍ତୁ।
* ଭାଙ୍ଗିଯାଇଥିବା ଠାକୁରଙ୍କ ମୂର୍ତ୍ତିକୁ ଘରେ ରଖିବା ଉଚିତ ନୁହେଁ। ଏହାକୁ ଯଥାଶୀଘ୍ର ପାଣିରେ ବିସର୍ଜନ କରିଦିଅନ୍ତୁ।

Share