ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ରହେ ବୋଲି ଗବେଷକମାନେ କହିଛନ୍ତି। ଇଂଲଣ୍ଡର ବାର୍ଷିକ ଜନସଂଖ୍ୟା ସର୍ଭେରେ ଦର୍ଶାଯାଇଥିବା ତଥ୍ୟ ବ୍ୟବହର କରି ଗବେଷକମାନେ ଏହା ଜାଣିପାରିଛନ୍ତି। ଘର ପାଖରେ ସଂରକ୍ଷିତ ଜଙ୍ଗଲ କିମ୍ବା ଖେଳ ପଡିଆ ଥିଲେ ମଧ୍ୟ ତାହା ମାନସିକ ସ୍ବାସ୍ଥ୍ୟ ଭଲ ରଖିବାରେ ସହାୟକ ହୋଇଥାଏ । ଏହି ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଜର୍ନାଲ ଆପ୍ଲାଏଡ ଜିଓଗ୍ରାଫିରେ ପ୍ରକାଶ ପାଇଛି। ୩୦୦ ମିଟର ମଧ୍ୟରେ ସବୁଜ ପରିବେଶର ପ୍ରଭାବ ସବୁଠାରୁ ଅଧିକ ଓ ଏହି ଦୂରତା ବାହାରେ ବି ସବୁଜ ପରିବେଶର ପ୍ରଭାବ ରହିଛି, କିନ୍ତୁ ତାହା କମ୍‌ ବୋଲି ଅନୁଧ୍ୟାନରୁ ଜଣାପଡିଛି।

Share