ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କଠାରୁ ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୧।୧୨: ରାୟଗଡ଼ା ଜିଲାରେ ଚେନ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଟାଉନ ଥାନା ଅଧୀନ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଇଡ଼ୁ ସାହିର ଇପିଲି ରାବଣାମାଁ ନାମକ ଜଣେ ମହିଳା ବୁଧବାର ପୂର୍ବାହ୍ନରେ ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ଏକ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଚେନ୍‌ ଝାମ୍ପି ନେଇଛନ୍ତି। ଚେନ୍‌ଟି ୩ ଭରି ଓଜନର ହୋଇ ଥିବା ବେଳେ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି।