ଘର ବାରିରୁ ୧୮ଟି ନାଗ ସାପ ଉଦ୍ଧାର

ପାପଡ଼ାହାଣ୍ଡି,୧୩।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ବାରିରୁ ବୁଧବାର ସନ୍ଧ୍ୟାରେ ମା’ ସହ ୧୮ଟି ନାଗ ସାପ ଉଦ୍ଧାର କରାଯାଇଛି। ଘର ବାରିରେ ସାପ କାତି ଦେଖି ସାପ ଥିବା ସନ୍ଦେହରେ ପାପଡ଼ାହାଣ୍ଡିର ସାପ ଧରାଳିଙ୍କୁ ପଟ୍ଟନାୟକଙ୍କ ପରିବାର ଲୋକେ ଖବର ଦେଇଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ସାପ ଧରାଳି ପହଞ୍ଚି ବାରିପଟେ ଥିବା ଏକ ଗାତରୁ ସମସ୍ତ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଏମାନେ ସବୁ ନାଗ ସାପ ବୋଲି ଜଣାପଡ଼ିଛି। ତେବେ ଉଦ୍ଧାର କରାଯାଇଥିବା ସମସ୍ତଙ୍କୁ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯାଇଛି।

Share