Categories: ଜାତୀୟ

ଘର ବାହୁଡା ହୋଇପାରନ୍ତି ଶିବପାଲ

ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଫେରିପାରନ୍ତି। କାରଣ ଅଖିଳେଶ ଖୋଲାଖୋଲି ଭାବେ କହିଛନ୍ତି କି ଦଳର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ରହିଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଅଖିଳେଶ କହିଛନ୍ତି ଏସ୍‌ପିରେ କେହି କେତେବେଳେ ବି ଦ୍ୱିତୀୟ ଥର ଚିନ୍ତା ନ କରି ଯୋଗ ଦେଇପାରିବେ। ତେଣୁ ଅଖିଳେଶଙ୍କ ଏଭଳି କଥା ଶୁଣିବା ପରେ ଆଲୋଚନା ହେଉଛି କି ଶିବପାଲ ପୁଣିଥରେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି। ତେବେ ଶିବପାଲଙ୍କୁ ନେଇ ଖବରଦାତାମାନେ ଯେଉଁ ପ୍ରଶ୍ନ କରିଥିଲେ ତା’ର ଉତ୍ତରରେ ସେ କହିଥିଲେ ଆମେ ଗୋଟିଏ ପରିବାର ହୋଇ ନିର୍ବାଚନ ଲଢିବାକୁ ଚାହୁଁଛୁ। ଯାହା ଫଲରେ ଆମେ ନିର୍ବାଚନ ଜିତି ପାରିବୁ।

Share