Categories: ରାଜ୍ୟ

ଘର ଭାଙ୍ଗିଲା ହାତୀ

ବଇଣ୍ଡା, ୨୪ା୭(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ କଣ୍ଟେଇକୁଳିଆ ଗ୍ରାମରେ ମଙ୍ଗଳବାର ହାତୀ ଉପଦ୍ରବ କରି ବ୍ୟାପକ ଫସଲ ନଷ୍ଟ କରିବା ସହ କୁନା ସାହୁଙ୍କ ୩ ବଖରା ଚାଳ ଘର ଭାଙ୍ଗି ଦେଇଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର ଗ୍ରାମାଭିମୁଖି ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି।

Share