ଘର ଭାଙ୍ଗିଲା ହାତୀ

ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବନପାଳଙ୍କ ଅଧୀନରେ ଥିବା ବେଲଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବରେ ଦୁଇ ଜଣ ବ୍ୟକ୍ତିଙ୍କର ଘର ଭାଙ୍ଗିଥିବା ଜଣାପଡିଛି ା ଯୋଡା ବନପାଳ ପିଅନ ନାଏକଙ୍କ ସୂଚନାନୁଯାୟୀ ଜଣାପଡିଛି ଯେ, ରବିବାର ରାତ୍ରି ପ୍ରାୟ ୧୨ଟା ପରେ ପ୍ରାୟ ୯ ଟି ହାତୀ ଉକ୍ତ ଗ୍ରାମରେ ପ୍ରବେଶ କରି ଉପଦ୍ରବ କରିଥିଲେ। ଗ୍ରାମର ସୋରେନ୍‌ ମୁଣ୍ଡା ଓ ସୁଶାନ୍ତ ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ ଖାଇବା ସହିତ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିଦେଇଥିଲେ ା ଖବର ପାଇ ଯୋଡା ବନପାଳ ସଦଳବଳ ଉକ୍ତ ଗ୍ରାମକୁ ଯାଇ ହାତୀମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ା ତେବେ ହାତୀପଲ ବୈତରଣୀ ନଦୀ ପାର ହୋଇ ବାଲିବନ୍ଧ ବନାଞ୍ଚଳକୁ ଚାଲିଯାଇଥିବା ସେ ସୂଚନା ଦେଇଥିଲେ। କ୍ଷତିପୂରଣ ଦାବିରେ ବନପାଳଙ୍କଠାରେ ଅଭିଯୋଗ ହୋଇଥିବା ଜଣାପଡିଛି ା