ଘର ଭାଙ୍ଗିଲେ ହାତୀପଲ

ବଡ଼ଗାଁ,୭।୯(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ଆସିଥିବା ୧୮ଟି ହାତୀପଲ କିଛିଦିନର ବ୍ୟବଧାନ ପରେ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି। ଏହି ହାତୀପଲ ଶୁକ୍ରବାର ରାତିରୁ ଜଙ୍ଗଲରୁ ଆସି ଶନିବାର ଭୋର୍‌ ସମୟରେ ଉଦାରମା ଗ୍ରାମର ବିନୁ ଜାଡ଼ମାଙ୍କ ଘର ଭାଙ୍ଗି ଦେଇଛନ୍ତି। ଉପଦ୍ରବ ଘଟାଇ ସାରିବା ପରେ ପୁଣି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି। ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଗାଁଠାରୁ ୧ କିମି ଦୂର ଜଙ୍ଗଲ ଭିତରେ ଶନିବାର ସକାଳେ ଏକ ହାତୀ ଶାବକ ଜନ୍ମ ଦେଇଛି। ଶାବକର ସୁରକ୍ଷା ପାଇଁ ହାତୀପଲ ଚାରିପଟେ ଜଗି ରହିଛନ୍ତି।